ଗଡଦେଉଳିଆ ଠିପି ବନ୍ଦ ମଦଦୋକାନ ସର୍ଟର ଭାଙ୍ଗି ଚୋରି , ଦଶଲକ୍ଷ ଟଙ୍କାର ମଦ ଓ ହାର୍ଡଡିସ୍କ ଲୁଟ୍।

ବୈଶିଙ୍ଗା,୭|୬(ରତନ ଦାଶ) ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଗଡଦେଉଳିଆ ଠାରେ ଥିବା ସରକାରୀ ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ମଦଦୋକାନ ଶୁକ୍ରବାର ବିଳମ୍ବିତ ରାତିରେ ବଡ଼ ଧରଣର ଲୁଟ୍ ହୋଇଥିବା ନେଇ ସୂଚନା ମିଳିଛି। ବେତନଟୀ ବ୍ଲକ ରଘୁପୁର ପଞ୍ଚାୟତର ଦିଗାନଗର ଗ୍ରାମର ସର୍ବେଶ୍ଵର ଦାସଙ୍କ ନାମରେ ଥିବା ମଦଦୋକାନର ଲୁହା ସର୍ଟର ଭାଙ୍ଗି ପାଖାପାଖି ୬୦ କାର୍ଟୁନ୍ ମଦ ଚୋରି ହୋଇଯାଇଥିବା ବେଳେ ଦୋକାନର ଚତୁର୍ପାର୍ଶ୍ବରେ ସିସି କ୍ୟାମେରା ଲାଗିଥିଲେ ହେଁ ଏହାର ହାର୍ଡଡିସ୍କ କୁ ମଧ୍ୟ ତାଡ଼ି ନେଇଯାଇଥିବା ଦେଖିବାକୁ ମିଳିଛି। ତେବେ ଦୁର୍ବୃତ୍ତ ମାନେ ଦୋକାନକୁ ସମ୍ପୂର୍ଣ୍ଣ ଭାବେ କଳାକନା ବୁଲେଇ ଦେଇଥିବା ଦେଖିବାକୁ ମିଳିଛି। ଖବରପାଇ ବୈଶିଙ୍ଗା ପୋଲିସ ଓ ବାରିପଦାରୁ ଆସିଥିବା ଫରେନସିକ୍ ଟିମ୍ ସହିତ ଡଗ୍ ସ୍କ୍ୱାର୍ଡ ଘଟଣାର ଛାନଭିନ୍ ଚଳାଇଛନ୍ତି। ଏହି ଘଟଣା ଖୁବ୍ କୌଶଳପୂର୍ଣ୍ଣ ଉପାୟରେ ଘଟାଇ କୈାଣସି ସୁରାକ ଛାଡିନଥିବା ପରିପ୍ରେକ୍ଷୀରେ ଏହା ଆନ୍ତଃରାଜ୍ୟ ଅପରାଧିଙ୍କ କାର୍ଯ୍ୟ ହୋଇଥାଇପାରେ ବୋଲି ଥାନାଧିକାରୀ ବାରିଣୀ ଦାସଙ୍କ ମତ।

Jun 7, 2025 - 21:54
 0  4
ଗଡଦେଉଳିଆ ଠିପି ବନ୍ଦ ମଦଦୋକାନ ସର୍ଟର ଭାଙ୍ଗି ଚୋରି , ଦଶଲକ୍ଷ ଟଙ୍କାର ମଦ ଓ ହାର୍ଡଡିସ୍କ  ଲୁଟ୍।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0